Latest Odisha News

BREAKING NEWS

ଆଇଏସଏଲରେ ଆରମ୍ଭରୁ ଓଡିଶା ଏଫସିକୁ ଝଟକା: ହାଇଦ୍ରାବାଦଠାରୁ ହାରିଲା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ସୋମବାର ଓଡିଶା ଏଫସି ତାର ଅଭିଯାନ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭ କରିଥିଲା । ତେବେ ଆରମ୍ଭରୁ ଓଡିଶାକୁ ଝଟକା ଲାଗିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାଇଦ୍ରାବାଦ ୧-୦ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରିଛି । ବିଜୟସୂଚକ ଗୋଲଟି ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଆରିଡେନ ସାନ୍ତାନା ସ୍କୋର କରିଥିଲେ । ୩୪ତମ ମିନିଟରେ ସେ ପେନାଲ୍ଟି କିକକୁ ଗୋଲରେ ପରିଣତ କରିଥିଲେ ।

ଓଡିଶା ଏଫସିକୁ କେତେକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲରେ ପରିଣତ କରିପାରି ନ ଥିଲା । ଅପରପକ୍ଷରେ ହାଇଦ୍ରାବାଦ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଓଡିଶା ଏଫସିର ପ୍ରଦର୍ଶନ ଏହି ମୁକାବିଲାରେ ସେତେଟା ଉତ୍ସାହଜନକ ରହି ନ ଥିଲା । କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ପରବର୍ତୀ ଗେମ୍ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

Leave A Reply

Your email address will not be published.