Latest Odisha News

ଓଡିଶା ଏଫସି ସହ ଚୁକ୍ତିବଦ୍ଧ ହେଲେ ସ୍ପେନର ଜାଭି ହର୍ଣ୍ଣାଣ୍ଡେଜ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଂଟର ଆଗାମୀ ସଂସ୍କରଣ ପାଇଁ ଓଡିଶା ଏଫସି ସ୍ପେନର ଷ୍ଟାର ମିଡ ଫିଲ୍ଡର ଜାଭି ହର୍ଣ୍ଣାଣ୍ଡେଜ ସହ ଚୁକ୍ତିବଦ୍ଧ କରିଛି । ସ୍ପେନ, ପୋଲାଣ୍ଡ ଓ ଆଜରବୈଜାନରେ ଅନେକଗୁଡିଏ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ୨୦୧୯ରେ ଏଟିକେ ତାଙ୍କୁ ସାଇନ କରିଥିଲା । ଦଳକୁ ଟାଇଟଲ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ୨୦୨୦ ପାଇଁ ନୂତନ ଭାବେ ଗଠିତ ଏଟିକେ ମୋହନବାଗାନ ସହ ରହିଲେ ।

ଏ ପର୍ଯ୍ୟନ୍ତ ଆଇଏସଏଲରେ ୩୭ ମ୍ୟାଚ ଖେଳି ସାରିଥିବା ଏହି ଷ୍ଟାର ମିଡଫିଲ୍ଡରଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଓଡିଶା ଏଫସି କୋଚ କିକୋ ରାମିରେଜ କହିଛନ୍ତି । ଜାଭି ମଧ୍ୟ ଓଡିଶା ଏଫସି ପକ୍ଷରୁ ଖେଳିବା ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି । ଓଡିଶା ଫ୍ୟାମିଲି ସହ ଜାଭି ଯୋଗ ଦେଇଥିବାରୁ ମୁଁ ବ୍ୟକ୍ତିିଗତ ଭାବେ ଖୁସି ବୋଲି ଓଏଫସି କ୍ଲବ ସଭାପତି ରାଜ ଅଠାୱାଲେ କହିଛନ୍ତି ।

Leave A Reply

Your email address will not be published.