Latest Odisha News

BREAKING NEWS

ଆଇଏସଏଲ: ଚେନ୍ନାୟିନ ଏଫସିକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମ୍ୟାଚରେ ଓଡିଶା ଏଫସି ୨-୦ ଗୋଲରେ ଚେନ୍ନାୟିନି ଏଫସିକୁ ପରାସ୍ତ କରିଛି । ଏଥିସହ ଓଡିଶା ଟିମ ସହଜରେ ୩ ପଂଏଟ ହାସଲ କରିଛି । ଶନିବାର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଓଡିଶା ଘରୋଇ ପରିବେଶରେ ଚମତ୍କାର ପ୍ରଦର୍ଶନ କରିଥିଲା । ଜେରୀ ମାୱିମିଙ୍ଗଥାଙ୍ଗା ୪୫ତମ ମିନିଟରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ । ୬୩ତମ ମିନିଟରେ ଡିଏଗୋ ମୌରିସିଓ ଦ୍ୱିତୀୟ ଗୋଲ ସ୍କୋର କରି ଚେନ୍ନାୟିନ ଏଫସିକୁ ଚାପରେ ପକାଇ ଦେଇଥିଲେ ।

ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ଚେନ୍ନାୟିନ ଟିମର ଖେଳାଳିମାନେ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ସେପ୍ଟମ୍ବର ୨୮ରେ ଓଡିଶା ତାର ପରବର୍ତୀ ମୁକାବିଲାରେ ମୁମ୍ବାଇ ସିଟିକୁ ଭେଟିବ । ବର୍ଷା ଯୋଗୁ ଉଭୟ ଦଳର ଖେଳାଳିମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Leave A Reply

Your email address will not be published.