Latest Odisha News

BREAKING NEWS

କରୋନା ସତର୍କତା: ଟ୍ୱିନସିଟିରେ ବନ୍ଦ ରହିବ ସମସ୍ତ ପାର୍କ

ଭୁବନେଶ୍ୱର: କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜନଗହଳିକୁ କମ୍ କରିବା ପାଇଁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ବନ୍ଦ ରହିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଶନିବାର ଦିନ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ମୋଟ୍ ୬୭ଟି ପାର୍କ ରହିଛି ।

ସେହିଭଳି ମିଳିଥିବା ସୂତ୍ରରୁ ପ୍ରକାଶ ଯେ, କଟକ ରେ ମଧ୍ୟ ସମସ୍ତ ପାର୍କ ବନ୍ଦ ରହିବା ନେଇ କଟକ ମହାନଗର ନିଗମ(ସିଏମସି) ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ଓ କଟକରେ ପାର୍କ ବନ୍ଦ କଲେ ବିଏମସି ଓ ସିଏମସି । ମାର୍ଚ୍ଚ ୩୧ ଯାଏଁ ଭୁବନେଶ୍ୱର ଓ କଟକରେ ସମସ୍ତ ପାର୍କ ବନ୍ଦ ରହିବ । ମାର୍ଚ୍ଚ ୨୨ରୁ ଅର୍ଥାତ୍ ଆସନ୍ତାକାଲି ଠାରୁ ଏହି ନିର୍ଦ୍ଦେଶକୁ ଲାଗୁ କରାଯିବ ।

Comments are closed.