Latest Odisha News

ଯାଜପୁରର ୭ଟି ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଯାଜପୁର: ଯାଜପୁରରେ ପାଞ୍ଚଟି କରୋନାଭାଇରସ ପଜିଟିଭ ମାମଲା ଚିହ୍ନଟ ହେବା ପରେ ଜିଲ୍ଲାର ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଏହି ଗ୍ରାମ ପଞ୍ଚାୟତଗୁଡ଼ିକ ମଧ୍ୟରୁ ତିନିଟି ଯାଜପୁର ବ୍ଲକରେ, ତିନୋଟି ଦଶରଥପୁର ବ୍ଲକରେ ଏବଂ ଗୋଟିଏ କୋରେଇ ବ୍ଲକରେ ରହିଛି।

ଏହି ଅବଧି ଆସନ୍ତା ମେ ୪ ତାରିଖ ରାତି ୮ ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି।

ଏହି ଅବଧି ମଧ୍ୟରେ ଲୋକଙ୍କୁ ଜୋନ୍ ଭିତରେ ଯାତାୟାତକୁ ବାରଣ କରାଯିବ, ଏଥିସହ ସମସ୍ତ ସପିଂ ପ୍ରତିଷ୍ଠାନ ବନ୍ଦ ରହିବ ଏବଂ କିଛି ନିର୍ଦ୍ଦିଷ୍ଟ ଟିମଙ୍କ ସହାୟତାରେ ଖାଦ୍ୟ ସାମଗ୍ରୀ ଏବଂ ଔଷଧ ଯୋଗାଇବ ଜିଲ୍ଲା ପ୍ରଶାସନ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.