ଜଗତସିଂହପୁର: ଜଗତସିଂହପୁରର ଦୁଇ ଶକ୍ତିପୀଠରେ ଲାଗିଲା ୧୪୪ ଧାରା । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି । ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ଲକଡାଉନ୍ ଭିତରେ କରୋନା ମୁକାବିଲା ପାଇଁ ପଣା ସଂକ୍ରାନ୍ତି ଝାମୁ ଯାତ୍ରା ଅବସରରେ ଲୋକେ ଯେପରି ଏହି ଦୁଇ ଶକ୍ତିପୀଠରେ ଏକାଠି ନହେବେ ସେଥିପାଇଁ ଏଭଳି କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ ୪ଜଣରୁ ଅଧିକ ଲୋକ ଏକତ୍ରିତ ନହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଏପ୍ରିଲ ୧୪ ତାରିଖରେ ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି । ଏହି ଦିନ ଏହି ଦୁଇ ଶକ୍ତିପୀଠରେ ମହା ଆଡମ୍ବରରେ ଝାମୁ ଯାତ୍ରା ତଥା ପଣା ସଂକ୍ରାନ୍ତି ପାଳନ ହୋଇଥାଏ ।
BREAKING NEWS
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

Comments are closed.