Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ଭିମସାରରେ ପୁଲ୍ ଟେଷ୍ଟ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଆସନ୍ତା ରବିବାର ଦିନ ଠାରୁ କୋଭିଡ-୧୯ ରୋଗୀଙ୍କ ଚିହ୍ନଟ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପୁଲ୍ ଟେଷ୍ଟ ଆରମ୍ଭ ହେବ।

ଏନେଇ ଶନିବାର ଦିନ ଭିମସାର ବରିଷ୍ଠ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କୁମାର ଦାସ ସୂଚନା ଦେଇଛନ୍ତି।

ପୁଲ୍ ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ସମୁଦାୟ ୯୦ ପୁଲ୍ ପରୀକ୍ଷା ହେବାକୁ ଥିବାବେଳେ ପ୍ରତି ସିଫ୍ଟରେ ୪୫ଟି ପରୀକ୍ଷା ହେବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ସଂଖ୍ୟକ ପରୀକ୍ଷା ଲାଗି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି), ରାଉରକେଲା ଦୁଇଟି ମେସିନ୍ ଯୋଗାଇବାକୁ ରାଜି ହୋଇଛି।

Leave A Reply

Your email address will not be published.