Latest Odisha News

BREAKING NEWS

ସହରାଞ୍ଚଳ ଗରିବଙ୍କ ଲାଗି ୧୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ଯୋଗୁଁ ସହରାଞ୍ଚଳ ଗରିବ ଲୋକଙ୍କ ଜୀବିକା ନିର୍ବାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୧୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି।

BjdElectrycity

‘ଅରବାନ୍ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍’ ନାମକ ଶ୍ରମ ଭିତ୍ତିକ ଯୋଜନାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ପ୍ରାପ୍ତ ସୂଚନାନୁଯାୟୀ, ମିଶନ ଶକ୍ତି ବିଭାଗ ସହଯୋଗରେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସହରାଞ୍ଚଳ ବେତନ ନିଯୁକ୍ତି ଉଦ୍ୟମ ଅନ୍ତର୍ଗତ ଶ୍ରମ ଭିତ୍ତିକ କାମ ପ୍ରାୟ ୧୧୪ଟି ପୌରାଞ୍ଚଳରେ ଆରମ୍ଭ ହେବ।

ପ୍ରତ୍ୟେକ ହିତାଧିକାରୀଙ୍କ ମଜୁରୀ ପ୍ରତି ସପ୍ତାହରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏପରିକି ଏହି କାର୍ଯ୍ୟକ୍ରମଟି ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.