Latest Odisha News

BREAKING NEWS

ଆସନ୍ତାକାଲିଠୁଁ ‘ଆରଏମଆରସି’ରେ ହେବ ଦୈନିକ ୧୦୦୦ଟି କୋଭିଡ୍‌-୧୯ ଟେଷ୍ଟ

ଭୁବନେଶ୍ୱର: ଶନିବାର ଠାରୁ ରାଜ୍ୟରେ ଦୈନିକ ୧୧୦୦ଟି କୋଭିଡ୍‌-୧୯ ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଶୁକ୍ରବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇ କହିଛନ୍ତି ଯେ, ଏବେ ଆରଏମଆରସି, ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ଏବଂ ଏମ୍ସଠାରେ ପାଖାପାଖି ଦିନକୁ ୫୦୦ଟି କୋଭିଡ୍‌-୧୯ ନମୂନା ପରୀକ୍ଷା ହେଉଛି ।

“ଆରଏମସିରେ ଦିନକୁ ୩୫୦ ନମୂନା ପରୀକ୍ଷା ଅନୁଷ୍ଠିତ ହେଉଥିଲା, ମାତ୍ର ନୂଆ ମେସିନ ଉପଲବ୍ଧ ହେବା ପରେ ଏବେ ଏହାର କ୍ଷମତା ବୃଦ୍ଧି ପାଇବା ସହିତ ଦୈନିକ ୧୦୦୦ଟି ନମୂନା ପରୀକ୍ଷା ହୋଇପାରିବ ।” ସୂଚନା ଦେଇ ଏହା କହିଛନ୍ତି ସଚିବ ସଞ୍ଜୟ ସିଂହ ।

ଆସନ୍ତା ଏପ୍ରିଲ୍ ୧୩ ବେଳକୁ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ ଓ ହପ୍ପିଟାଲରେ ଦୈନିକ ୨୫ଟି ନମୂନା ପରୀକ୍ଷା ହୋଇପାରିବ । ସେହିପରି ବୁର୍ଲ୍ଲାର ଭିମସାରରେ ମଧ୍ୟ ଏପ୍ରିଲ ୧୫ ଆଡ଼କୁ ୨୫ଟି ନମୂନା ପରୀକ୍ଷା ହୋଇପାରିବ ବୋଲି କହିଛନ୍ତି ସଚିବ ଶ୍ରୀ ସିଂହ ।

Leave A Reply

Your email address will not be published.