Latest Odisha News

BREAKING NEWS

‘ଜଳବାୟୁ ବଜେଟ୍‌’ ପ୍ରସ୍ତୁତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ‘ଜଳବାୟୁ ବଜେଟ୍‌’ ପ୍ରସ୍ତୁତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ।  ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ଲାଗି ଆଇପ୍ୟାଡ଼ରେ ବଜେଟ୍ ଉପସ୍ଥାପନ କରିଥିଲେ । ‘ଜଳବାୟୁ ବଜେଟ୍‌’ ନାମରେ ଏକ ଦସ୍ତାବିଜ ପ୍ରସ୍ତୁତ କରିବାର ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ ଗତକାଲି ବଜେଟ୍ ଉପସ୍ଥାପନ ସମୟରେ ସୂଚନା ଦେଇଥିଲେ ।

ମହିଳା ସଶକ୍ତୀକରଣ ଓ ଶିଶୁମାନଙ୍କ ସମଗ୍ର ବିକାଶ ଉପରେ ଜୋର ଦେଇ ମନ୍ତ୍ରୀ ‘ଜେଣ୍ଟର ବଜେଟ୍‌’ ଓ ‘ଚାଇଲ୍ଡ ବଜେଟ୍‌’ ୨ଟି ସ୍ୱତନ୍ତ୍ର ଦସ୍ତାବିଜ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ସମୟରେ କହିଥିଲେ, “ସାରା ଦୁନିଆରେ ଶିଶୁମାନଙ୍କ ପାଇଁ ପୋଷଣ(ନ୍ୟୁଟ୍ରିସନ) ଏକ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି । ଆମେ ୟୁନିସେଫର ସମର୍ଥନରେ ଏକ ସ୍ୱତନ୍ତ୍ର ‘ପୋଷଣ’ ବଜେଟ୍ ଉପସ୍ଥାପନ କରୁଛୁ । ଏହି ବିଭାଗରେ ସମସ୍ତ ନ୍ୟୁଟ୍ରିସନ ସମ୍ବନ୍ଧରେ ଯୋଜନା ଓ ତଥ୍ୟ ଗୁଡିକୁ ରହିବ । ଏଭଳି ଦସ୍ତାବିଜ ଉପସ୍ଥାପନ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ।”

Leave A Reply

Your email address will not be published.