Latest Odisha News

BREAKING NEWS

ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ

ଭୁବନେଶ୍ୱର: ହାତୀ ମୃତ୍ୟୁ ମାମଲାରେ ବାଲିଗୁଡ଼ା ବନ ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ) ସୂର୍ଯ୍ୟକାନ୍ତ ବେହେରାଙ୍କୁ ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି।

ତେବେ ୨୪ ଜାନୁଆରୀରେ ବ୍ରହ୍ମପୁର ସର୍କଲର RCCF ଦ୍ୱାରା ଦାଖଲ କରାଯାଇଥିବା ଏକ ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। OCS (CCA) ନିୟମ, ୧୯୬୨ ର ନିୟମ ୧୨(୧)(a) ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ନିଲମ୍ବନ ସମୟରେ ସେ ମୁଖ୍ୟାଳୟ PCCF ଏବଂ HoFF, ଓଡ଼ିଶା କାର୍ଯ୍ୟାଳୟରେ ରହିବେ ଓ ସେ ସକ୍ଷମ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡିପାରିବେ ନାହିଁ।ଏହାବ୍ୟତୀତ ସେ ଓଡ଼ିଶା ସେବା ସଂହିତାର ନିୟମ-୯୦ ଅନୁଯାୟୀ କେବଳ ଜୀବିକା ନିର୍ବାହ ଭତ୍ତା ପାଇବେ।

ତେବେ ବାଲିଗୁଡ଼ା ବନ ବିଭାଗରେ ହାତୀ ମୃତ୍ୟୁ ମାମଲାକୁ ନେଇ ବ୍ୟାପକ ଜନ ଅସନ୍ତୋଷ ମଧ୍ୟରେ ଏହି ନିଲମ୍ବନ କରାଯାଇଛି।

Comments are closed.