Latest Odisha News

BREAKING NEWS

ମାଟି ତଳୁ କଢ଼ାଯିବ ରାମୁ ହାତୀର ‘କଙ୍କାଳ’; ଜାଣନ୍ତୁ କାହିଁକି…

ଭୁବନେଶ୍ବର: ମାଟି ତଳୁ କଢ଼ାଯିବ ହାତୀ ‘ରାମୁ’ର କଙ୍କାଳ। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ଜଙ୍ଗଲରେ ମାଟିତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ। ପରେ ଏହାକୁ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତି ନିବାସକୁ ନିଆଯିବ।

ହାତୀର କଙ୍କାଳର ବୈଜ୍ଞାନିକ ସଂରକ୍ଷଣ ପାଇଁ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲ ଭିତରକୁ ଯାଇ ଫିଲ୍ଡ ଇନସ୍ପେକ୍ସନ କରିଛନ୍ତି। ସ୍ପଟ୍ ଭିଜିଟ୍ କରି ହାତୀ କଙ୍କାଳ ଖୋଳି ବାହାର କରିବା ପାଇଁ କଣ ସବୁ ଆବଶ୍ୟକ ହେବ, ସେନେଇ ଅନୁଧ୍ୟାନ କରିଛନ୍ତି। ରାମୁ ଥିଲା ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ଅଣ୍ଡିରା ହାତୀ ।

ଉଲ୍ଲେଖଯୋଗ୍ୟ, ଚନ୍ଦକା ସ୍ଥିତ ଗୋଡ଼ିବାରୀଠାରେ ଦର୍ଶକଙ୍କ ପାଇଁ ରଖାଯିବ। ଯାହା ରାମୁକୁ ଜନମାନସରେ ଚିରଦିନ ପାଇଁ ଅମର କରି ରଖିବ। ଓଡ଼ିଶାରେ ଆଗରୁ ହାତୀ କଙ୍କାଳକୁ ସଂରକ୍ଷଣ କରାଯାଇଛି । ଭୁବନେଶ୍ଵରରେ ଥିବା ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ଶଙ୍କର ହାତୀର କଙ୍କାଳକୁ ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରାଯାଇ ଦର୍ଶକ ମାନଙ୍କ ପାଇଁ ସଚେତନତା ପାଇଁ ପ୍ରଦର୍ଶିତ କରାଯାଇଛି ।

 

Leave A Reply

Your email address will not be published.