Latest Odisha News

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ ,ପୋଲିସର ଛାନଭିନ ଜାରି

ରାୟଗଡା : ଡେପୁଟି ରେଞ୍ଜରଙ୍କ ସନ୍ଦେହ ଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଜଗମୋହନ ଭୋଇଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଡେପୁଟି ରେଞ୍ଜରଙ୍କ ସରକାରୀ ବାସ ଭବନରୁ ତାଙ୍କ ମୃତ ଦେହ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ପହଁଞ୍ଚି ତଦନ୍ତ କରୁଛନ୍ତି ।

ତେବେ ମୃତ୍ୟୁର କାରଣ କରଣ ତାହା ଅସ୍ପଷ୍ଟ ରହିଛି । ବ୍ରଜ ମୋହନ ଭୋଇ  କଲ୍ୟାଣ ସିଂହପୁର ରେଞ୍ଜରରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଥିଲେ ।  କର୍ମଚାରୀ ମାନେ ସବୁଦିନ ଭଳି ଆଜି ମଧ୍ୟ ଡେପୁଟି  ରେଞ୍ଜରଙ୍କ କ୍ୱାଟରକୁ ଯାଇ କବାଟ ବାଡେଇଥିଲେ । କିନ୍ତୁ କବାଟ ଖୋଲିନଥିଲେ ରେଞ୍ଜର । ଝରକା ପଟେ କର୍ମଚାରୀ ମାନେ ଦେଖିଥିଲେ ରେଞ୍ଜର ଜଣଙ୍କ ଉଲ୍ଲଗ୍ନ ଅବସ୍ଥାରେ ପଡିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରୁଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହି ।

Leave A Reply

Your email address will not be published.