Latest Odisha News

BREAKING NEWS

ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ବିଡବ୍ଲ୍ୟୁଏଫ ଓଡିଶା ଓପନ ୨୦୨୨ ପାଇଁ ଓଡିଶା ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ବ୍ୟାଡମିଂଟନ ମୁକାବିଲାରେ ୧୮ ଦେଶର ୩୦୦ ଖେଳାଳି ଅଂଶଗ୍ରହଣ କରିବେ । ତେବେ କରୋନା କଟକଣା ଯୋଗୁ ଦର୍ଶକ ଏହି ଷ୍ଟାଡିୟମରେ ମ୍ୟାଚ ଉପଭୋଗ ସୁଯୋଗରୁ ବଂଚିତ ହେବେ । ପ୍ରଥମ ଥର ପାଇଁ ରାଜ୍ୟ ସରକାର ଓ ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନ ମିଳିତ ଭାବେ ଏହାକୁ ଆୟୋଜିତ କରୁଛନ୍ତି । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ, ଓଡିଶା ବ୍ୟାଡମିଂଟନ ଆସୋସିଏଶନ ଓ ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ଏହାକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରୀ ରଖିଛନ୍ତି ।

କରୋନା କାଳ ସମୟରେ ସମ୍ପୂର୍ଣ୍ଣ ଏହାକୁ ଆୟୋଜିତ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି । ସମସ୍ତ ଖେଳାଳି ଏବଂ ଅଫିସିଆଲ ୨୩ ଜାନୁୟାରୀ ସୁଦ୍ଧା ଏଠାରେ ପଂହଚିବା ବାଧ୍ୟତାମୂଳକ କରାଯାଇଛି । ସେମାନେ ୭୨ ଘଂଟା ମଧ୍ୟରେ କରିଥିବା ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ଭାବେ ସାଙ୍ଗରେ ଆଣିବେ । କୋଭିଡ ୧୯ ଟେଷ୍ଟ ପାଇଁ କ୍ୟାପିଟାଲ ହସପିଟାଲ ଓ ବିଏମସିର ସହଯୋଗ ନିଆଯାଇଛି ।

Comments are closed.