Latest Odisha News

ଅନ୍ତରୀଣ ବଜେଟରେ ଓଡ଼ିଶାର ରେଳବାଇକୁ ମିଳିଲା ୧୦ ହଜାର ୫୩୬ କୋଟି ଟଙ୍କା, ପାଇପ୍ ଲାଇନରେ ରହିଛି ଅଧିକ ପ୍ରକଳ୍ପ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ଅନ୍ତରୀଣ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ଗତ ତିନି ବର୍ଷ ଧରି ଓଡ଼ିଶାକୁ ମିଳୁଥିବା ହାରାହାରି ବାର୍ଷିକ ୧୦ ହଜାର କୋଟି ଟଙ୍କାର ପାଣ୍ଠି ଅନୁଯାୟୀ ଏହି ଆବଣ୍ଟନ କରାଯାଇଛି। ରାଜ୍ୟରେ ରେଳବାଇର ଶତ ପ୍ରତିଶତ ବିଦ୍ୟୁତୀକରଣ ହୋଇଛି ବୋଲି ସେ କହିଛନ୍ତି।

ନିକଟ ଭବିଷ୍ୟତରେ ଓଡ଼ିଶାରେ ନୂଆ ରେଳ ପ୍ରକଳ୍ପ ରେ ୫୨,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ କେନ୍ଦ୍ର ଯୋଜନା କରିଛି, ଯାହା ରାଜ୍ୟର ଯୋଗାଯୋଗ ଏବଂ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ।

ସେ ରେଳବାଇର ନିରାପତ୍ତା ଦିଗ ଉପରେ ଗୁରୁତ୍ୱାରୋପ କରିବା ସହ ଏଥିପାଇଁ ବଜେଟରେ ଅଧିକ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି। ନୂଆ ଟ୍ରାକ୍ ନିର୍ମାଣ ଦ୍ୱାରା ନିରାପତ୍ତା ବୃଦ୍ଧି ପାଇବ, କାରଣ ଏହା ଭିଡ଼ ଏବଂ ଦୁର୍ଘଟଣାର ଆଶଙ୍କାକୁ ହ୍ରାସ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେ ଏକ ଉଦାହରଣ ଦେଇ କହିଛନ୍ତି, “ଧରନ୍ତୁ, ଯଦି କୌଣସି ରାଜପଥ ଅଧିକ ଜନଗହଳିପୂର୍ଣ୍ଣ ହୁଏ, ତେବେ ଏହାର ନିରାପତ୍ତା କାରଣ ହ୍ରାସ ପାଇବ। ଯଦି ଆପଣଙ୍କୁ ଅଧିକ ନୂଆ ଟ୍ରେନ୍ ଚଳାଇବାକୁ ପଡ଼ିବ, ତେବେ ଆପଣଙ୍କୁ ନୂଆ ଟ୍ରାକ୍ ବିଛାଇବାକୁ ପଡ଼ିବ।

Comments are closed.