ଭୁବନେଶ୍ୱର: ଓଡିଶାର ଯୁବ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ଇତିହାସ ରଚିଛନ୍ତି । ସେ ୪୪ କିଗ୍ରା ବିଭାଗରେ ନୂତନ ଏସିଆନ ଓ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବାହାରିନରେ ଚାଲିଥିବା ଏସିଆନ ୟୁଥ ଗେମ୍ସରେ ଢ଼େଙ୍କାନାଳର ପ୍ରତୀସ୍ମିତା ୪୪ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଏହି ସଫଳତା ଅର୍ଜନ କରିଛନ୍ତି । ସେ ଓଭରାଲ ୧୫୮ କେଜିର ଭାର ଉଠାଇଥିଲେ । କ୍ଲିନ ଆଣ୍ଡ ଜର୍କରେ ସେ ୯୨ କିଗ୍ରା ଉଠାଇ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଥିବା ଭୁବନେଶ୍ୱର ହାଇ ପର୍ଫମାନ୍ସ ସେଂଟରରେ ସେ ପ୍ରଶିକ୍ଷଣ ନେଉଛନ୍ତି ।
ଏହା ପୂର୍ବରୁ ପେରୁରେ ଅନୁଷ୍ଠିତ ୱାର୍ଲ୍ଡ ୟୁଥ ଚାମ୍ପିୟନଶିପରେ ସେ ମହିଳା ୪୦ କିଗ୍ରା ବିଭାଗରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ ମହଲରୁ ପ୍ରତୀସ୍ମିତାଙ୍କ ପ୍ରତି ଶୁଭେଚ୍ଛାର ବାର୍ତା ଛୁଟିବାରେ ଲାଗିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତୀସ୍ମିତାଙ୍କୁ ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ବୟସ ମାତ୍ର ୧୭ ହୋଇଥିବାରୁ ସେ ଆଗାମୀ ଦିନରେ ଓଡିଶା ତଥା ଭାରତର ନାମ କମାଇବେ ବୋଲି ଆଶା କରାଯାଉଛି ।
Comments are closed.