Latest Odisha News

ଜିଲ୍ଲାର ସ୍ବାସ୍ଥ୍ୟ ତଦାରଖ ପାଇଁ ସ୍ବାସ୍ଥ୍ୟ ଅଧିକାରୀ ଗାଡ଼ି ଭଡାରେ ନେଇପାରିବେ

ଭୁବନେଶ୍ୱର: ବିଭିନ୍ନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ତଦାରଖ କରିବା ପାଇଁ ଓଡ଼ିଶା ସରକାର ସିଡିଏମଓ, ଏସଡିଏମଓ ଓ ମେଡିକାଲ୍ ଅଫିସରଙ୍କୁ ଗାଡ଼ି ଭଡ଼ାରେ ନେବାକୁ ଜିଲ୍ଲାସ୍ତରରେ ଅନୁମତି ଦେଇଛନ୍ତି।

ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ସରକାରୀ ଚିଠିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ ତୃଣମୂଳ ସ୍ତରର ତଦାରଖ ମାଧ୍ୟମରେ କାର୍ଯ୍ୟକ୍ରମଗୁଡ଼ିକର ତଦାରଖ କରିବା ଦ୍ୱାରା ଜନସାଧାରଣଙ୍କୁ ପ୍ରକୃତ ସେବା ମିଳିପାରିବ। ଏହାକୁ ବିଚାରକୁ ନେଇ ସରକାର କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ଗାଡ଼ି ଭଡ଼ା ସହିତ ଆବଶ୍ୟକ ଲଜିଷ୍ଟିକ୍ ସହାୟତାକୁ ଅନୁମତି ଦେଇଛନ୍ତି।

ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ ଏବଂ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ମେଡିକାଲ ଅଫିସରମାନଙ୍କୁ ଜିଲ୍ଲା ସ୍ତରରେ ନିଯୁକ୍ତ କରାଯାଇଛି ଏବଂ ସେମାନଙ୍କୁ ପ୍ରୋଗ୍ରାମ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ପ୍ରତ୍ୟେକ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟକ୍ରମ ତଦାରଖ ପାଇଁ ଗୋଟିଏ ଲେଖାଏଁ ଗାଡ଼ି ଭଡ଼ାରେ ନେଇପାରିବେ। ଏଥିପାଇଁ ଅର୍ଥ ବିଭାଗର ସହମତି ସମସ୍ତ ସିଡିଏମ୍ଓଙ୍କୁ ଜଣାଇ ଦିଆଯାଇଛି।

Leave A Reply

Your email address will not be published.