Latest Odisha News

ପ୍ରାକ-ବଜେଟ୍ ପରାମର୍ଶ ବୈଠକ: ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଲା ରାଜ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଯୋଗ ଦେଇଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି ।

ଚଳିତ ଆର୍ଥିକ ବର୍ଷ ପାଇଁ କଣ ରହିଛି ଓଡିଶାର ଦାବି

  1. ଓଡିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ।
  2. ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜିନିବେଶ ନିମନ୍ତେ ୨୦୨୪-୨୫ରେ ସ୍ୱତନ୍ତ୍ର ସହାୟତା ଯୋଜନା ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ ।
  3. କେନ୍ଦ୍ର ବଜେଟରେ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ଅଧୀନରେ ରାଜ୍ୟୱାରି ବାର୍ଷିକ ଆବଂଟନର ଅଗ୍ରୀମ ସୂଚନା ପ୍ରଦାନ, ଯାହା ରାଜ୍ୟକୁ ନିଜସ୍ୱ ବଜେଟ ପ୍ରସ୍ତୁତିକୁ ବାସ୍ତବବାଦୀ ଓ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ ।
  4. ଓଡ଼ିଶାର ସମ୍ବଲପୁରଠାରେ ଦ୍ୱିତୀୟ ଏମ୍‌ସ ହସ୍ପିଟାଲ ସ୍ଥାପନ ପାଇଁ ବ୍ୟବସ୍ଥା ।
  5. ଓଡ଼ିଶାରେ ଜାତୀୟ ରାଜପଥ ବିଶେଷକରି କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍ ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ଉପଯୁକ୍ତ ପଦକ୍ଷେପ।
  6. ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା।
  7. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଅତିକମରେ ୫ଲକ୍ଷ ଗୃହ ଆଂବଟନ ନିମନ୍ତେ ବଜେଟରେ ବ୍ୟୟବରାଦ ।
  8. ଓଡ଼ିଶାରେ ନୂଆ ସହରର ବିକାଶ ଓ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା
  9. ଓଡ଼ିଶାରେ ଗ୍ରୀନ୍ ଏନର୍ଜି କରିଡ଼ର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ
  10. ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା
  11. ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ, ସଂଶୋଧିତ ବିତରଣ ସେକ୍ଟର ସ୍କିମ(ଆରଡିଏସଏସ) ଅଧୀନରେ ଓଡ଼ିଶାର ବିଦ୍ୟୁତ ବିତରଣ ସଂସ୍ଥା(ଡିସକମ)ଗୁଡ଼ିକୁ ସାମିଲ କରିବା, ସବୁଜ ହାଇଡ୍ରୋଜେନ୍ ଭଳି ନୂଆ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା ।

 

Comments are closed.