Latest Odisha News

BREAKING NEWS

ଆଗାମୀ ୨ଦିନ ପ୍ରବଳ ବର୍ଷା, ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କୁ ସରକାରଙ୍କ ଆଲର୍ଟ ଜାରି

ଭୁବନେଶ୍ୱର: ପାଣିପାଗ ବିଭାଗର ସତର୍କ ସୂଚନାନୁଯାୟୀ ଅଗାମୀ ଦୁଇଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାଫଳରେ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ଯୋଗୁଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ସୋମବାର ଦିନ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ପ୍ରଶମନ ବିଭାଗର ଆପଦକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର (ଏସସିଓସି)ପକ୍ଷରୁ ନିମ୍ନ ଲିଖିତ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ପ୍ରତି ଏକ ସତର୍କ ସୂଚନା ଜାରି କରାଯାଇଛି:

– ପ୍ରବଳ ବର୍ଷା ଆରମ୍ଭ ହେବା ମାତ୍ରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଯାନ୍ତ୍ରିକ ପଦକ୍ଷେପ ଲାଗି ସବୁସମୟରେ ପ୍ରସ୍ତୁତ ରହିବେ ।

– ଯେଉଁ ସମସ୍ତ ସ୍ଥାନଗୁଡ଼ିକରେ ବନ୍ୟା ଆସନ୍ନ ବା ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ରହିଛି ସେଠାରେ ପୂର୍ବରୁ ଆଶ୍ରୟସ୍ଥଳ ଏବଂ ନିରାପଦ ସ୍ଥାନକୁ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତରୀକରଣ ପ୍ରକ୍ରିୟା ଆରମ୍ଭ ହେବା ଜରୁରୀ ।

– ବନ୍ୟା ପରିସ୍ଥିତି ଉପୁଜିବା ପୂର୍ବରୁ ଜନସାଧାରଣଙ୍କୁ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ସ୍ୱଚ୍ଛ ପାନୀୟ ଜଳ, ଆଲୋକ ତଥା ରିଲିଫ କ୍ୟାମ୍ପ ଲାଗି ପ୍ରସ୍ତୁତ ହେବେ ଜିଲ୍ଲା ପ୍ରଶାସନ ।

– ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଲାଗି ପ୍ରସ୍ତୁତ ରହି ବନ୍ୟା ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ ।

– ଆବଶ୍ୟକୀୟ ଓଡ୍ରାଫ ଟିମ୍ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ରହିବେ ।

– ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷ ପୁନରୁଦ୍ଧାର କାର୍ଯ୍ୟ ଲାଗି ପ୍ରସ୍ତ୍ୁତ ରହିବେ ।

– ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକର ପ୍ରଶାସନ ଆଗାମୀ ପରିସ୍ଥିତି ପ୍ରତି ସବୁବେଳେ ସଜାଗ ରହିବା ଜରୁରୀ ।

– ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ରହିଥିବା ସମସ୍ତ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

Leave A Reply

Your email address will not be published.