Latest Odisha News

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ପଡୁଛି। ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ।

ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟିଆଲ୍ କୋର୍ଟ ( କାର୍ଯ୍ୟ ନିର୍ବାହୀ ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।

Comments are closed.