ଭୁବନେଶ୍ୱର: ପିଆଜ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଦର ଏବଂ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି ଯାଦବ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, ପିଆଜ କିଣା ଯାଉଥିବା ରାଜ୍ୟରେ ଫସଲ ହାନି ଘଟିଥିବା ଯୋଗୁଁ ପିଆଜ ଦରରେ ବୃଦ୍ଧି ଆସିଛି। କିଛି ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ଉଠାଇ ଅତ୍ୟଧିକ ମୂଲ୍ୟରେ ପିଆଜ ବିକ୍ରି କରୁଥିବାର ଖବର ଆସୁଛି।
ଅନ୍ୟ ରାଜ୍ୟରୁ ପିଆଜ ଆମଦାନୀ ଉପରେ ଓଡିଶା ନିର୍ଭର କରୁଥିବାରୁ ଜିଲ୍ଲାପାଳ ମାନେ ବଜାରରେ ପିଆଜର ମୂଲ୍ୟ ଏବଂ ଉପଲବ୍ଧତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ହୋଲସେଲ ଏବଂ ଖୁଚୁରା ବେପାର ଅଞ୍ଚଳରେ ବାରମ୍ବାର ଯାଞ୍ଚ କରିବା ପାଇଁ ମଧ୍ୟ ଅଧିକାରୀମାନଙ୍କୁ ସେ କହିଛନ୍ତି। ଗ୍ରାହକ ମାନେ ସଠିକ ମୂଲ୍ୟରେ ଯେପରି ପିଆଜ ପାଇପାରିବେ ସେ ଦିଗରର ତତ୍ପର ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.