Latest Odisha News

BREAKING NEWS

ଆଇନ୍ ବିଶ୍ୱବିଦ୍ୟାଳୟରେ ସ୍ଥାନୀୟ ଛାତ୍ରଙ୍କ ୨୫% ସଂରକ୍ଷଣ ଲାଗି ରାଜ୍ୟ ସରକାରଙ୍କ ଅନୁରୋଧ

କଟକ: ଓଡ଼ିଶାରେ ଥିବା ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଦାବି କରିଛି ।

ଯେଉଁ ଛାତ୍ରଛାତ୍ରୀମାନେ +୨ ପରୀକ୍ଷାରେ ଶତକଡ଼ା ୬୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବେ ଆଇନ ବିଶ୍ୱବିଦ୍ୟାଳୟରେ ଏହି ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନଏଲୟୁଓ) ଓଡ଼ିଶାକୁ ଅନୁରୋଧ କରିଛନ୍ତି ।

ଏସମ୍ପର୍କୀତ ଏକ ଚିଠିରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ସରକାର ଏହି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଲାଗି ପାଖାପାଖି ୨୦୦ କୋଟି ଟଙ୍କା ଯୋଗାଇଦେଇଛନ୍ତି । ନିକଟରେ ଏହି ବିଶ୍ୱବିଦ୍ୟାଳୟରେ ନିମ୍ନମାନର ଭିତ୍ତିଭୂମି ତଥା ପରିଚାଳନା କର୍ତ୍ତୃପକ୍ଷଙ୍କ ମନୋମୁଖୀ ଆଚରଣ ବିରୋଧରେ ଛାତ୍ରମାନେ ଅନିର୍ଦ୍ଦିଷ୍ଟ କାଳ ଲାଗି ଧାରଣା ଦେଇଥିଲେ ।

ଏହି ସଂରକ୍ଷଣ ବ୍ୟବସ୍ଥା ନେଇ ଗତବର୍ଷ ଏହି ବିଶ୍ୱବିଦ୍ୟାଳୟକୁ ଏକ ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ।

Leave A Reply

Your email address will not be published.