ଭୁବନେଶ୍ୱର: ଦୁବାଇ ଗଲା ଓଡ଼ିଶା ମାଣ୍ଡିଆ। ପ୍ରଥମ ଥର ପାଇଁ ଓଡ଼ିଶାରୁ ମାଣ୍ଡିଆକୁ ଆରବ ଦେଶ ଦୁବାଇ ରପ୍ତାନି କରାଯାଇଛି। ପୂର୍ବରୁ କର୍ଣ୍ଣାଟକ ଓ ଗୁଜରାଟ ନିଜ ନିଜ ରାଜ୍ୟର କ୍ଷୁଦ୍ର ଶସ୍ୟକୁ ବିଦେଶ ରପ୍ତାନୀ କରିଥିବା ବେଳେ ଓଡ଼ିଶା ପ୍ରଥମ ଥର ରାଜ୍ୟ ଉତ୍ପାଦିତ ଶସ୍ୟକୁ ବିଦେଶ ରପ୍ତାନୀ କରାପିରିଛି।
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନସ୍ଥ ଏପେଡ଼ାର ମିଳିତ ପ୍ରୟାସରେ ଦୁବାଇକୁ ୧ ଟନ୍ର ମାଣ୍ଡିଆ ପଠାଯାଇଛି। ଏଥିରେ ମାଣ୍ଡିଆ ଗୁଣ୍ଡ ବି ରହିଛି।ଓଡ଼ିଶା ମିସନ ଶକ୍ତି ଏବଂ ମିଲେଟ୍ ମିସନ ଦ୍ୱାରା ପ୍ରୋତ୍ସାହିତ ଶକ୍ତିମୟୀ ମହାସଂଘ ସହଯୋଗରେ ମାଣ୍ଡିଆ ରପ୍ତାନୀ କରାଯାଇଛି। ବେଳେ ରପ୍ତାନୀ ଗାଡ଼ିକୁ ସୁବଜ ସଂକେତ ଦେଖାଇ ଶୁଭାରମ୍ଭ କରିଥିଲେ ରାଜ୍ୟ ଉନ୍ନୟନ କମିସନର ତଥା କୃଷି ଉତ୍ପାଦନ କମିସନର ପ୍ରଦୀପ କୁମାର ଜେନା।
ଏହା ପୂର୍ବରୁ ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକ ବିଦେଶକୁ ମାଣ୍ଡିଆ ରପ୍ତାନୀ କରିବାରେ ସଫଳ ହୋଇଥିଲା। ସେହିପରି ଗୁଜରାଟ ଓ ଅନ୍ୟ ରାଜ୍ୟଗୁଡ଼ିକ ବିଦେଶଖୁ ସରଗମ ରପ୍ତାନୀ କରୁଥିବା ବେଳେ ପ୍ରଥମ କରି ଓଡ଼ିଶା ବିଦେଶକୁ ମାଣ୍ଡିଆ ରପ୍ତାନୀ କରିଛି।
ଏହି ଅବସରରେ କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ ‘ଇମେଜ’ରେ କ୍ଷୁଦ୍ରଶସ୍ୟ ରପ୍ତାନୀ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଏପେଡ଼ାର ଅଧିକାରୀଙ୍କ ସମେତ ଓଡ଼ିଶା ମିଲେଟ ମିସନ ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ନାବାର୍ଡ ବ୍ୟାଙ୍କ ଓଡ଼ିଶା ମୁଖ୍ୟଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା କୃଷକ ଓ କୃଷକ ସଂଗଠନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ଜେନା ଓଡ଼ିଶାରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ବିଦେଶକୁ ରପ୍ତାନୀ କରିବାକୁ ଦିଗରେ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଏପେଡ଼ା ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।
Comments are closed.