Latest Odisha News

BREAKING NEWS

ଗାଡି ଚାଳକଙ୍କୁ ଆଶ୍ୱସ୍ତି; ସେପ୍ଟେମ୍ବର ୩୦ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ଭୁବନେଶ୍ୱର: ଦେଶରେ ଦିନକୁ ଦିନ କରୋନା ପରିସ୍ଥିତି ଅଣାୟତ ହେଉଥିବା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ଲାଗି ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ରର ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର ।

BjdElectrycity

ଯାହାଫଳରେ ଫେବୃଆରୀ ୧ରୁ ସରୁଥିବା ଗାଡି ଡକ୍ୟୁମେଣ୍ଟ ଗୁଡିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ବୈଧତା ପ୍ରାପ୍ତ ହେବ ।

କେନ୍ଦ୍ରର ନିର୍ଦ୍ଦେଶ ପରେ ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ ମଧ୍ୟ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଦେଶବ୍ୟାପୀ କରୋନା ପରିସ୍ଥିତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ଗାଡି ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟର ଅବଧିକୁ ବୃଦ୍ଧି କରାଯାଇଛି । ଏହି ଅବଧି ମଧ୍ୟରେ ପରିବହନ ଅଫିସ (ଆରଟିଓ)କୁ ଜନସାଧାରଣଙ୍କୁ ନଯିବା ପାଇଁ ମଧ୍ୟ ନିର୍ଦ୍ଦେଶରେ କୁହାଯାଇଛି ।

ଏହି ଡକ୍ୟୁମେଣ୍ଟ୍ ମଧ୍ୟରେ ରହିଛି- ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌, ଫିଟନେସ୍‌, ଲର୍ଣ୍ଣିଂ ଲାଇସେନ୍ସ ଓ ପରମିଟ୍ । ଆହୁରି ମଧ୍ୟ ମାଲ ପରିବହନ, ଘରୋଇ ଗାଡି ଓ ଶିକ୍ଷାନୁଷ୍ଠାନ କାର୍ଯ୍ୟରେ ଲାଗିଥିବା ଗାଡିର ପରମିଟ ଅବଧିକୁ ମଧ୍ୟ ବଢାଯାଇଛି ।

Leave A Reply

Your email address will not be published.