Latest Odisha News

BREAKING NEWS

ସାବଧାନ, ମାସ୍କ ନ ପିନ୍ଧିଲେ ଦେବେ ୫ ହଜାର ଯାଏଁ ଫାଇନ୍‌

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଯଦି ଏହି ନିୟମ ଉଲ୍ଲଘଂନ ହୁଏ ତେବେ ପ୍ରଥମ ଦୁଇ ଥର ଏକ ହଜାର ଫାଇନ୍ ଦେବାକୁ ପଡିବ । ପରେ ୫ ହଜାର ଟଙ୍କ ଫାଇନ୍ ଦେବାକୁ ପଡିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସେହିପରି ଯେଉଁ ଦୋକାନୀ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ କରିବେ ତାଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ହେବ । ଯଦି ଏହି ନିୟମକୁ ସେ ବାରମ୍ବାର ଉଲ୍ଲଂଘନ କରିନ୍ତି ତେବେ ମୋଟା ଅଙ୍କର ଫାଇନ୍ ଆଦାୟ ସହ ପ୍ରଥମେ ଏକ ସପ୍ତାହ ପାଇଁ ପରେ ଏକ ମାସ ପାଇଁ ଦୋକାନକୁ ସିଲ୍ କରାଯିବ ।

ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କୁ ଦେଖି ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଆଜି ରାତି ୯ଟାରୁ ରାଜ୍ୟରେ ଲାଗିଥିବା କଟକଣା କୋହଳ ହେବ । ଅଗଷ୍ଟ ଅର୍ଥାନ୍ତ ଆସନ୍ତାକଲିଠାରୁ ରାଜ୍ୟରେ ନୂଆ କଟକଣା ଲାଗୁ ହେବ ।

Leave A Reply

Your email address will not be published.