Latest Odisha News

ସ୍କାମ ଆଲର୍ଟ: ନକଲି ଇ-ଚାଲାଣ ସ୍କାମ ପ୍ରତି ସାବଧାନ ରହିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ତରିକା। ନକଲି ଇ-ଚାଲାଣ ସ୍କାମରେ କରୁଛନ୍ତି ଠକେଇ। ଏନେଇ ଓଡିଶା ସରକାର ଏକ ଆଡଭାଇଜରୀ ଜରି କରିଛନ୍ତି। ଇ-ଚାଲାଣ ସ୍କାମ ପ୍ରତି ସାବଧାନ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଏକ ପୋଷ୍ଟ କଏରିଛି। ଯେଉଁଥିରେ ନକଲି ଇ-ଚାଲାଣ ସ୍କାମଠାରୁ ସତର୍କ ରହିବାକୁ କୁହାଯାଇଛି।

BjdElectrycity

ସୂଚନା ଅନୁଯାୟୀ, ସାଇବର ଠକମାନେ ବିଭିନ୍ନ ଲୋକଙ୍କ ମୋବାଇଲ୍ ଫୋନ୍‌କୁ ମେସେଜ୍ ପଠାଉଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ ସେମାନଙ୍କୁ ନିର୍ଦ୍ଦେଶ ଦେୟ ପୈଠ କରିବାକୁ କୁହାଯାଉଛି। ସେହି ମେସେଜ୍‌ରେ ଯେଉଁ ଲିଙ୍କ୍‌ ଦିଆଯାଉଛି, ତାହାକୁ କ୍ଲିକ୍ କରି କିଛିଟା ​ତଥ୍ୟ ଦେବା ପରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଠକ ଟଙ୍କା ଲୁଟି ନେଉଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବାବଦରେ କଟାଯାଉଥିବା ଚାଲାଣ ଟଙ୍କା ଜମା କରିବାକୁ ପରିବହନ ବିଭାଗର ଏକ ନିର୍ଦ୍ଦିଷ୍ଟ ଲିଙ୍କ୍‌ ରହିଛି। ପରିବହନ ବିଭାଗର ଏହି ଲିଙ୍କ୍ ହେଉଛି https://echallan.parivahan.gov.in/ ।

ଏହି ଅସଲି ଲିଙ୍କ ପରିବର୍ତ୍ତେ ସାଇବର୍ ଠକମାନେ ଏକ ନକଲି ଲିଙ୍କ୍‌ ପ୍ରସ୍ତୁତ କରି ସାଧାରଣ ଲୋକଙ୍କୁ ମେସେଜ ମାଧ୍ୟମରେ ପଠାଉଛନ୍ତି। ସାଇବର ଠକ ପଠାଉଥିବା ଲିଙ୍କ୍‌ ହେଉଛି https://echallanparivahan.in/ । ପୋଲିସର ସୂତ୍ର ଅନୁଯାୟୀ, ଠକମାନେ ସରକାରଙ୍କ ଅନଲାଇନ୍ ଚାଲାଣ ପେମେଣ୍ଟ ଗେଟୱେ ପରି ଏକ ନକଲି ଲିଙ୍କ୍ ନେଇ ମେସେଜ୍ ପଠାଉଛନ୍ତି ଏବଂ ଗ୍ରାହକଙ୍କୁ ୫୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ଇ-ଚାଲାଣ ଜମା କରିବାକୁ କହୁଛନ୍ତି।

ମେସେଜ୍‌ରେ ଚାଲାଣ ଦାଖଲ ପାଇଁ ଆରଟିଓ ସହ ଯୋଗାଯୋଗ କରିବାକୁ ସାଇବର ଠକ ପରାମର୍ଶ ଦେଉଛନ୍ତି। ଏଭଳି ସ୍ଥିତିରେ ଏହାକୁ ବିଶ୍ବାସ କରି ସାଧାରଣ ଲୋକ ସେହି ଲିଙ୍କରେ କ୍ଲିକ୍ କରି କିଛିଟା ତଥ୍ୟ ଦାଖଲ କରିବା ପରେ ଠକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ସାଇବର ଠକ ଏଭଳି ନୂଆନୂଆ ଢଙ୍ଗରେ ଲୋକଙ୍କୁ ଲୁଟିବାର ଯୋଜନା କରୁଥିବା ବେଳେ ଏହା ଏବେ ସାଇବର୍ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.