Latest Odisha News

BREAKING NEWS

୭୫% କର୍ମଚାରୀରେ ଟ୍ବିନସିଟିରେ ଚାଲିବ ଅଫିସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ ଅଫିସରେ ୭୫% କର୍ମଚାରୀରେ ଚାଲିବ ବୋଲି ଶନିବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସାଧାରଣ ପ୍ରଶାସନ ଏବଂ ପବ୍ଲିକ ଗ୍ରିଭାନ୍ସ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଟ୍ବିନସିଟିରେ ଥିବା ସରକାରୀ କାର୍ଯ୍ୟାଳୟରେ କେଉଁ ଅଧିକାରୀ ଆସିବେ ଆଉ କିଏ ଆସିବେ ନାହିଁ ସେନେଇ ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେ।

ତେବେ ଅଫିସ ଗୁଡ଼ିକ ଶନିବାର ଦିନ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ଜରୁରୀକାଳୀନ ସେବା ସମେତ ଏସଆରସି ଓ ଓଏସଡିଏମଓ ଅଫିସ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ସଂସ୍ଥା କାର‌୍ୟ୍ୟାଳୟ ସବୁଦିନ କାର‌୍ୟ୍ୟ କରିବ ।

Comments are closed.