Latest Odisha News

BREAKING NEWS

ରାଜ୍ୟର ସମସ୍ତ ପଞ୍ଚାୟତ ଭିଡିଓ କନଫେରେନ୍ସିଂରେ ଯୋଡ଼ି ହେବ: ଆଇଟି ସଚିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଚାୟତକୁ ଭିଡିଓ କନଫରେନ୍ସିଂ କରିବାକୁ ପ୍ରୟାସ କରିଛନ୍ତି ସରକାର। ଡିଜିଟାଲ୍ ସଂଯୋଗ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ନେଇ ସୂଚନା ଓ ପ୍ରଯୁକ୍ତି ସଚିବ ବା ଆଇଟି ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ପ୍ରଦାନ ବେଳେ ସଚିବଙ୍କ ସହିତ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରଦର୍ଶନ ସମୀକ୍ଷା ଅବସରରେ ମନୋଜ ମିଶ୍ର କହିଛନ୍ତି ଯେ ରାଜ୍ୟରୁ ବ୍ଲକ୍ ସ୍ତରକୁ ଭିଡିଓ କନଫରେନ୍ସିଂ ସୁବିଧା ଉପଲବ୍ଧ ହୋଇସାରିଛି।

ମନୋଜ ମିଶ୍ର କହିଛନ୍ତି ଯେ ସମସ୍ତ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ ଯୋଗାଇ ଦିଆଯାଇଛି। ଆମେ ସମସ୍ତ ପଞ୍ଚାୟତକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିବା ପାଇଁ ଯୋଜନା କରିଛୁ ଯାହାଫଳରେ ସରକାର ସମସ୍ତ ଗ୍ରାମ ପଞ୍ଚାୟତ ସହିତ ଏକକାଳୀନ ସିଧାସଳଖ ଯୋଡ଼ି ହୋଇପାରିବେ। ବର୍ଷକ ମଧ୍ୟରେ ସବୁ ଗାଁକୁ ୪ଜି ମୋବାଇଲ ସଂଯୋଗ ଦେବା ଉପରେ ମଧ୍ୟ ସରକାର କାମ କରୁଛନ୍ତି।

ବିଶେଷକରି କୋଭିଡ ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠପଢାରେ ଯୋଗଦେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନେଟଓ୍ୱର୍କ ସମସ୍ୟା ପ୍ରଶାସନ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ମୋବାଇଲ୍ ଟାଓ୍ୱାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଟାଓ୍ୱାର ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ୨୦୦୦ ବର୍ଗଫୁଟ୍ ଜମି ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.