ଭୁବନେଶ୍ୱର: ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଚିଠା ନିୟମ । ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଲ୍, ୨୦୨୩ରେ ରାଜ୍ୟ ସରକାର ଜନତାଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଚିଠା ନିୟମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଚିଠା ନିୟମ ଜାରି ସହ ଲୋକମାନଙ୍କର ମତାମତକୁ ଅପେକ୍ଷା କରାଯିବ। ଗତ ୧୩ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ମତାମତ ଅବଧି ୩୦ ଦିନ ରହିଛି। ତେବେ ଚିଠା ନିୟମ ଲାଗୁ ହେଲେ ଆପାର୍ଟମେଣ୍ଟ କିଣାବିକା ନେଇ ଖୋଲିବ ବାଟ।
ସେପ୍ଟେମ୍ବର ୨୬ ରେ ମୌସୁମୀ ଅଧିବେଶନରେ ବିଧାନସଭାରେ ପାରିତ ହୋଇଥିବା ଏହି ବିଲ୍ ଆପାର୍ଟମେଣ୍ଟର ସାଧାରଣ ସ୍ଥାନର ବ୍ୟବହାରକୁ ନିୟନ୍ତ୍ରଣ କରିବ ମାଲିକ ସଂଘ। ଏହି ବିଲ୍ ଆପାର୍ଟମେଣ୍ଟର ଉନ୍ନତ ପରିଚାଳନାକୁ ମଧ୍ୟ ସହଜ କରିବ। ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବ।
ବିଲ୍ ଆହୁରି ମଧ୍ୟ ପ୍ରଦାନ କରିଛି ଯେ ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବ। ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧୀକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରାଯିବ।
Comments are closed.