ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଦିନ ଅନେକ ଓଏଏସ, ଓଆରଏସ୍ ଓ ଓଏମଏଏସ ଅଧିକାରୀଙ୍କୁ ବଦଳି କରି ନୂତନ ପଦବୀରେ ନିଯୁକ୍ତି ଦେଇଛନ୍ତି।
ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୧୧ ଜଣ ଓଏଏସ, ୧୭ ଓଆରଏସ୍ ଓ ୨ ଓଏମଏଏସ ଅଧିକାରୀଙ୍କୁ ନୂତନ ପଦବୀ ଦିଆଯାଇଛି।
ବର୍ତ୍ତମାନ କେନ୍ଦୁଝର ଏଡିଏମ୍ ଭାବରେ କାର୍ଯ୍ୟରତ ଓଏଏସ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବରେ ବଦଳି କରାଯାଇ ନିଯୁକ୍ତ କରାଯାଇଛି।
ସେହିପରି ଖୋର୍ଦ୍ଧାର ଡେପୁଟି କଲେକ୍ଟର ପଦ୍ମ ଚରଣ ସାହୁଙ୍କୁ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଡେପୁଟି ସଚିବ ଭାବରେ ବଦଳି କରାଯାଇଛି।
କେନ୍ଦୁଝରର ଆନନ୍ଦପୁରର ଅତିରିକ୍ତ ଡେପୁଟି କଲେକ୍ଟର କିଶୋର କୁମାର ପଣ୍ଡାଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର ଭାବରେ ନିଯୁକ୍ତ କରାଯାଇଛି। ସେ ଆହୁରି ମଧ୍ଯ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ଡେପୁଟି ଆଡମିନିଷ୍ଟ୍ରେଟିଭ୍ ଅଫିସର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
ଓଆରଏସ୍ ଅଧିକାରୀଙ୍କ ମଧ୍ୟରେ ପ୍ରଦତ କୁମାର ସାହୁଙ୍କୁ କାମାକ୍ଷାନଗର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭାବେ ନିଯୁକ୍ତି ଦିଆଯାଇଛି।