Latest Odisha News

BREAKING NEWS

ପହଣ୍ଡି ଅଘଟଣ: ପ୍ରତିକାର ପୂଜା କରିବେ ରାଜ୍ୟ ସରକାର

ପୁରୀ: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର l ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା କଥାବାର୍ତ୍ତା ହୋଇଛୁ, ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ ବୋଲି କହିଛନ୍ତି ମନ୍ତ୍ରୀ l ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା l ବଡ଼ ଠାକୁର ପଡ଼ିନାହାନ୍ତି କେବଳ ସେବାୟତଙ୍କ ପିଠିରେ ଭରା ଦେଇ ଅଛନ୍ତି l ଅଘଟଣ ଦିନ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିଲା l ଏନେଇ ତଦନ୍ତ ହୋଇସାରିଛି l ତେବେ ଅବହେଳା କାରଣରୁ ଏପରି ଅଘଟଣ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l

ତେବେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର ପଡ଼ିଯିବା ଘଟଣାର ରିପୋର୍ଟ ଆସିଛି କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଛି । ତେବେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଆଡ଼ପ ମଣ୍ଡପ ବିଜେ ଅଘଟଣର ପୁଣି ସମୀକ୍ଷା କରାଯିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପ ବିଜେ ସମୟରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ ଘଟିଥିଲା । ରଥରୁ ଓହ୍ଲାଇବା ବେଳେ ଚାରମାଳ ଉପରୁ ଆଗକୁ ଝୁଙ୍କି ଖସିଯାଇଥିଲେ ବଳଭଦ୍ର । ଘଟଣାରେ କିଛି ସେବାୟତ ଆହତ ହୋଇଥିଲେ l

 

Comments are closed.