ଭୁବନେଶ୍ୱର: ଓଡ଼ିଶାରେ ଥିବା ୨୨୬ଟି ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜରେ ଖାଲିଥିବା ୫୫୫ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ପଦବୀରେ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ଚୟନ ବୋର୍ଡ ଏହି ନିଯୁକ୍ତି ପ୍ରକ୍ରିୟା କରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୋମବାର ଏସ୍ ଆଣ୍ଡ ଏମ୍ଇ ବିଭାଗର କମିସନର-କମ-ସେକ୍ରେଟାରୀ ଅଶ୍ୱଥୀ ଏସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ବୈଠକରେ ଏସଏସବି, ଓଡ଼ିଶା ଅଧ୍ୟକ୍ଷ ଦକ୍ଷିଣ ପ୍ରସାଦ ନନ୍ଦ, ସଚିବ ମଧୁସୂଦନ ମିଶ୍ରଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସ୍ନାତକୋତ୍ତର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏସଆଣ୍ଡଏମଇ ବିଭାଗ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏସସିବି ପକ୍ଷରୁ ସୂଚନା ଦିଆୟାଇଛି।
Comments are closed.