ଭୁବନେଶ୍ୱର: ଚଳିତ ବର୍ଷ ୧୮ଟି ନୂଆ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ବିଭିନ୍ନ ଅଞ୍ଚଳ ଗସ୍ତ ସମୟରେ ଲୋକଙ୍କ ପରାମର୍ଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ଶିକ୍ଷାବର୍ଷରୁ ନୂଆ କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।
କଲେଜ ଗୁଡ଼ିକରେ ଅଧ୍ୟାପକ ସଙ୍କଟ ଦୂର କରିବା ପାଇଁ ଆସନ୍ତା ଏକ ସପ୍ତାହ ମଧ୍ୟରେ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଜରିଆରେ ୧୦୫୬ ଜଣ ଅଧ୍ୟାପକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ଅଧ୍ୟାପକ ନିଯୁକ୍ତି ପାଇଥିବା ବେଳେ ୨୦୨୩-୨୪ରେ ୧୦୩୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
ରାଜ୍ୟରେ ୨୦୦୦ ମସିହାରେ ୫୪୮ଟି ଡିଗ୍ରୀ କଲେଜ ଥିବା ବେଳେ ଏବେ ୧୦୪୦ଟି ଡିଗ୍ରୀ କଲେଜ ଥିବା ଦର୍ଶାଇ ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ୫ରୁ ୨୪କୁ ବୃଦ୍ଧି ପାଇଛି। ମୋଟ ବିଶ୍ୱବିଦ୍ୟାଳୟ ମଧ୍ୟରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ଏହାବ୍ୟତୀତ ରାଜ୍ୟରେ ୨୧ଟି ମୌଳିକ ଗବେଷଣା କେନ୍ଦ୍ର ଖୋଲାଯାଇଛି।
ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କଲେଜଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ୍ ଓ ଲାବୋରେଟୋରି ଖୋଲାଯାଇଛି। ସେମାନଙ୍କ ପାଇଁ ସରକାର ଇ-ସ୍କଲାରସିପ୍, ବ୍ୟାସକବି ଫକୀର ମୋହନ ଭସାବୃତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଓ କଳିଙ୍ଗ ଶିକ୍ଷା ସାଥୀର ବ୍ୟବସ୍ଥା କରିଛନ୍ତି।
ବିଜୁ ଯୁବ ସଶକ୍ତୀକରଣ ଯୋଜନା, ସବୁଜ ପାସେଜ୍ ଯୋଜନା, ମାଗଣା ସିଭିଲ ସର୍ଭିସ କୋଚିଂ ସମେତ ଅନେକ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଛି।
Comments are closed.