Latest Odisha News

ମୃତ କରୋନା ରୋଗୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୃତ କରୋନା ରୋଗୀଙ୍କ ପରିବାରକୁ ଓଡିଶା ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।

ମଙ୍ଗଳବାର ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ନିର୍ଦ୍ଦେଶକ, ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡ଼ିଏମଟି) ସିବିକେ ମହାନ୍ତି କହିଛନ୍ତି।

ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି ରୋଗୀର ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥାଏ, ମୃତ କରୋନା ରୋଗୀଙ୍କ ପରିବାରକୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ବ୍ୟତୀତ  ଆତ୍ମହତ୍ୟା କରିଥିବା କୋଭିଡ୍‌ ରୋଗୀ ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରୋଗୀମାନେ ମଧ୍ୟ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ।

ନିର୍ଦ୍ଦେଶକ କହିଛନ୍ତି, “ସର୍ବୋଚ୍ଚ ଅଦାଲତର ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP) ଜାରି କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ୍‌ ସମ୍ବନ୍ଧୀୟ ମୃତ୍ୟୁର ପୁନଃଯାଞ୍ଚ ପାଇଁ ଖୁବ ଶୀଘ୍ର ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବ।

Comments are closed.