ଭୁବନେଶ୍ୱର: ବଦଳିବ ‘ମୋ ବସ୍’ର ନାଁ । ‘ମୋ ବସ୍’ ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ‘ମୋ ବସ୍’ ଏକ ଅହଂକାର ଶବ୍ଦ । ମୋହନ ସରକାର ଲୋକଙ୍କ ସରକାର । ତେଣୁ ମୋ ବଦଳରେ ଆମର କହିବା ଠିକ୍ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର ।
ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ ‘ମୋ ବସ୍’ ଦୁର୍ଘଟଣା ବଢିବାରେ ଲାଗିଛି । ତେଣୁ ଦୁର୍ଘଟଣା ରୋକିବାକୁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବ । ଡ୍ରାଇଭର ଆଲର୍ଟ ରହିବା ପାଇଁ ବସ୍ରେ ଆଡସ୍ ମଧ୍ୟ ଲାଗିବ । ଯଦ୍ଵାରା ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍ ବାଜିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର ।
ସୂଚନାଯୋଗ୍ୟ, ‘ମୋ ବସ୍’ ଲୋକଙ୍କୁ ସୁବିଧା ଯୋଗାଉଥିବା ବେଳେ ତାହା ଆଗକୁ ଜାରି ରହିବ । ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆଗାମୀ ଦିନରେ ‘ମୋ ବସ’ଗୁଡ଼ିକ ବୈଦ୍ୟୁତ ବସ୍ ହେବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
Comments are closed.