ଭୁବନେଶ୍ୱର: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର l ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସ । ସ୍ୱଳ୍ପ ଦରରେ ଚାରିଧାମ ବୁଲିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଓଡିଶାରୁ ଅଯୋଧ୍ୟ, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍ ସେବା । ସେନେଇ ବ୍ୟବସ୍ଥା କରାଯାଇଛି । ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି । ଖୁବ ଶାଘ୍ର ଏହି ଯାତ୍ରା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଜେନା ।
ତେବେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ ଓଡ଼ିଶାର ସମସ୍ତ ତୀର୍ଥଯାତ୍ରୀ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି l ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ସରିଛି l ରାସ୍ତା ମାର୍ଗ ମଧ୍ୟ ଫାଇନାଲ ହୋଇଯାଇଛି । ନୂଆ ବର୍ଷ ପୂର୍ବରୁ ଏହି ବସ୍ ଚଳାଚଳ ଆରମ୍ଭ ହେବ l ବହୁ ସ୍ୱଳ୍ପ ମୂଲ୍ୟରେ ତୀର୍ଥଯାତ୍ରୀ ମାନେ ତୀର୍ଥଯାତ୍ରା କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା l ସେହିପରି ବାହାର ରାଜ୍ୟକୁ ଭୁବନେଶ୍ୱରରୁ କିପରି ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ l
Comments are closed.