Latest Odisha News

BREAKING NEWS

ଏମିତି ହେବ ନବୀନଙ୍କ ସ୍ୱପ୍ନର ଶ୍ରୀକ୍ଷେତ୍ର…

ପୁରୀ/ଭୁବନେଶ୍ୱର: ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀ ହେଉଛି ସଂସ୍କୃତି ସମ୍ପନ୍ନ ଓଡ଼ିଶାର ଆତ୍ମା । ଏହି ପରିପ୍ରେକ୍ଷୀରେ ନବୀନ ଏକ କ୍ଷୁଦ୍ର ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବୀୟ ଲୀଳା-ଖେଳା କରୁଥିବା ଶ୍ରୀକ୍ଷେତ୍ର ଧାମ ପୁରୀକୁ କିପରି ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ତାହାର ଭିଡ଼ିଓ ବୃତ୍ତଚିତ୍ର ଏହି ଭିଡ଼ିଓରେ ସ୍ଥାନ ପାଇଛି ।

“ଆସନ୍ତୁ, ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଏକ ହୋଇ ଆଗକୁ ବଢିବା ।” ମୁଖ୍ୟମନ୍ତ୍ରୀ ନବୀନ ଏହିପରି ଭାବେ ଟ୍ୱିଟ୍ କରି ପୁରୀ ସହରକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି ।

ଓଡ଼ିଶା ସରକାର ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଆଗକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏହି କ୍ଷୁଦ୍ର ତଥା ସୁନ୍ଦର ଭିଡ଼ିଓଟିରେ ଓଡ଼ିଶାର ପ୍ରାକୃତିକ ଶୋଭାରାଜି ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି । ଏଥିସହିତ ଉଚ୍ଚକୋଟୀର ପାଠାଗାର, ଯାତ୍ରୀ-ବିଶ୍ରାମାଗାର ଏପରିକି ଖୋଲା ଥିଏଟର୍ ନିର୍ମାଣ ନେଇ ଏଥିରେ ସୂଚନା ଦିଆଯାଇଛି ।

ରାଜ୍ୟ ସରକାରକ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ ରୂପେ ଗଢି ତୋଳିବାକୁ ବହୁତ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଶ୍ରୀକ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ ଓ ସୁନ୍ଦର କରି ଗଢି ତୋଳିବାକୁ ଶହଶହ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଏହି ଭିତ୍ତିଭୂମିର ବିକାଶ ପରେ ପୁରୀ ସହରର ନବକଳେବର କିପରି ହେବ ତାହା ମଧ୍ୟ ଏହି ଭିଡ଼ିଓ ଟିରେ ସ୍ଥାନ ପାଇଛି ।

Leave A Reply

Your email address will not be published.