Latest Odisha News

BREAKING NEWS

ଉଚ୍ଚଶିକ୍ଷା ବିଭାଗର କଡା କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା

ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗରେ କଡା କାର୍ଯ୍ୟାନୁଷ୍ଠାନ । ବନ୍ଦ ହେଲା ୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା । ଏଥିସହିତ ମୁଖ୍ୟ କିରାଣୀ ଓ କିରାଣୀଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି ।  କାର୍ଯ୍ୟରେ ଅବହେଳା ଯୋଗୁଁ ଏପରି କାର୍ଯ୍ୟାନୁଷ୍ଠାନ ବିଭାଗ ପକ୍ଷରୁ ନିଆଯାଇଛି ।

ମିଳିଥିବା ଖବର ଅନୁସାରେ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର  କହିବା ସତ୍ତ୍ୱେ  ୨୨୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରି ନ ଥିଲେ । ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ସଂପୃକ୍ତ ୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ ଓ କିରାଣୀଙ୍କ ବିରୋଧରେ ଏପରି କଡା ପଦକ୍ଷେପ ନେଇଛି ବିଭାଗ ।

ବିଭାଗ ପକ୍ଷରୁ କୁହାଯାଇି,  ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ  ଅବହେଳା ପ୍ରଦର୍ଶନ କରିବା । ତେଣୁ ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.