Latest Odisha News

‘ଫାଇଭ୍ ଟି ନାଁରେ ୫ଟି ତାମିଲିଆନଙ୍କୁ ବିକ୍ରି ହୋଇଯାଇଛି ଓଡିଶା’

ପାଟକୁରା: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଦାର ଚାଲିଛି ପ୍ରଚାର । ଗୋଟେ ପଟେ ଘନଘନ କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତ ତ ଆଉଗୋଟେ ପଟେ ବିଜେଡିର ମଙ୍ଗ ଧରିଛନ୍ତି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ସେପଟେ କଂଗ୍ରେସ ନେତା ବି ପ୍ରାଣମୂର୍ଚ୍ଛା ପ୍ରୟାସ ଜାରି ରଖିଛନ୍ତି । ଜଣେ ଜଣଙ୍କୁ ଆରୋପ ପ୍ରତ୍ୟାରୋପ କରି ଜନତାଙ୍କ ଆଗରେ ନିଜର ବିରୋଧୀଙ୍କ ଦୋଷ ବଖାଣୁଛନ୍ତି । ଏହି କ୍ରମରେ ଗତକାଲି କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କରି ନାଁ ନ ନେଇ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସିଧା ନିଶାନା କରିଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡାରେ ଜଣଙ୍କୁ ୧୦ ବର୍ଷ ଏମ୍‌ପି କଲି। ସେ କିନ୍ତୁ ବିଶ୍ବାସଘାତକତା କଲେ । ନିଜ କମ୍ପାନୀକୁ ଲାଭ ଦେଇ ମୋ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କଲେ। ବିରୋଧି ଖାଲି ମିଛ କହି କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ।

ଯାହାର ଜବାବ ସେହି କେନ୍ଦ୍ରପଡା ମାଟିରେ ରଖିଛନ୍ତି ବୈଜୟନ୍ତ । ପାଟକୁରାରେ ଜନସଭାକୁ ଉଦ୍ବୋଧନ ଦେଇ ବୈଜୟନ୍ତ କହିଛନ୍ତି, ଲୋକ ତ ହେଉନାହାନ୍ତି ତାଙ୍କ ସଭାରେ ମୁଖ୍ୟମନ୍ତ୍ରୀ ମୋ ଉପରେ କିଛି ଅଭିଯୋଗ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏହାର ଦୋଷ ଦେବା ଠିକ୍ ହେବ ନାହିଁ । କାରଣ ତାଙ୍କୁ ଯେଉଁ ତାମିଲବାବୁ କବ୍ଜା କରି ରଖିଛନ୍ତି ସେ ଯାହା କହୁଛନ୍ତି ନବୀନ ବାବୁ ତାହା କୁହନ୍ତି ।

ଆହୁରି ମଧ୍ୟ ସେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି, ଆପଣ ଯେଉଁ ତାମିଲ ବାବୁଙ୍କୁ କାମ ଦେଇଛନ୍ତି, ଯିଏ ଫାଇଭ୍ ଟି ନାଁରେ ୫ଟା ତାମିଲ ଲୋକଙ୍କୁ ଓଡିଶା ବିକ୍ରି କରିଦେଇଛନ୍ତି । ତାଙ୍କ ସମ୍ପତି ଉପରେ ଯାଞ୍ଚ କରନ୍ତୁ । ଓଡିଶାବାସୀଙ୍କୁ ଜଣାନ୍ତୁ । ଓଡିଶାରେ ଉତ୍ପାଦିତ ବିଜୁଳି କାହିଁକି ଓଡିଶାରେ ଅଧିକ ଆଉ ତାମିଲନାଡୁରେ କମ୍ ଦାମରେ ଉପଲବ୍ଧ । ରତ୍ନ ଭଣ୍ଡାର ଚାବି କେବେ ଫେରାଇବେ, ନାଁ ୧୦ ତାରିଖରେ ବିଜେପି ସରକାର ଗଠନ ପରେ ତାଙ୍କୁ ଗୋଡେଇ ଗୋଡେଇ ତାମିଲନାଡୁରୁ ଚାବି ଫେରାଇ ଆଣିବୁ ।

Comments are closed.