Latest Odisha News

BREAKING NEWS

ଗୁରୁଙ୍କୁ ଟିକା: ସବୁ ଡିଇଓ ଓ ବିଇଓଙ୍କୁ ଶିକ୍ଷକଙ୍କ ତାଲିକା ମାଗିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ଦେବା ଉପରେ ଗୁରୁତର ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟଗୁଡ଼ିକୁ ଅତିରିକ୍ତ ଭାବରେ ଟିକା ଯୋଗାଣ କରାଯିବ । ଏହାପରେ ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ଡ୍ରାଇଭରେ ଶିକ୍ଷକଙ୍କୁ ଟିକାକରଣ କରାଯିବ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି, ସେପ୍ଟେମ୍ବର ୫ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାର ଏଥିପାଇ ୧୧ ଲକ୍ଷ ଟିକା ଦେଇଛନ୍ତି । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣ ଶିକ୍ଷକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ବାକି ଅଛନ୍ତି ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଟିକାକରଣ କରାଯିବ । ଏଥିପାଇଁ ୨୭ ତାରିଖରୁ ଅତିରିକ୍ତ ୧୧ ଲକ୍ଷ ଟୀକା ଆସିବା ପରେ କାମ ଆରମ୍ଭ ହେବ । ଯେଉଁଥିରୁ ୯ଲକ୍ଷ ୯୨ ହଜାର ୩୮୦ ଡୋଜ୍ କୋଭିସିଲଡ୍ ଓ ୧ ଲକ୍ଷ ୨୪ ହଜାର କୋଭକ୍ସିନ ଟିକା ଆସିବ । ସେପ୍ଟେମ୍ବର ୫ ଭିତରେ ସବୁ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.