Latest Odisha News

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ; ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ସେନ୍ସର ବୋର୍ଡକୁ ଲିଗାଲ୍ ନୋଟିସ୍

କଟକ: ଚଳଚ୍ଚିତ୍ର ଆଦିପୁରୁଷକୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ। ବିଭିନ୍ନ ମହଲରେ ଫିଲ୍ମକୁ ସମାଲୋଚନା କରାଯାଉଛି। ନାନା ସମାଲଚୋନା ଆଲୋଚନା ପରେ ବକ୍ସ ଅଫିସ୍‌ରେ ବି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ରୋଜଗାର ହ୍ରାସ ପାଉଛି। ଶ୍ରୀରାମଙ୍କ କଥାକୁ କଦର୍ଥ କରି ଦେଖାଯାଇଛି ବୋଲି ଅନେକ ବିଦ୍ୱାନ ବ୍ୟକ୍ତି ଅଭିଯୋଗ କରିଛନ୍ତି।

ଏବେ ଫିଲ୍ମକୁ ନେଇ ଲିଗାଲ ନୋଟିସ୍ ପଠାଇଛନ୍ତି ଓଡ଼ିଶା ହାଇକୋର୍ଟ ଆଇନଜୀବୀ ପଦ୍ମାଳୟା ମହାପାତ୍ର। ଏନେଇ ସେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚଳଚ୍ଚିତ୍ର ସିନେମା ହଲକୁ ଆସିବା ପୂର୍ବରୁ ସେନସର୍ ବୋର୍ଡ ଫିଲ୍ମ କଣ୍ଟେଣ୍ଟ ଯାଞ୍ଚ୍ କରିବା ଆବଶ୍ୟକ ଥିଲା। ଏଭଳି ନହେବାରୁ ଫିଲ୍ମ କଣ୍ଟେଣ୍ଟକୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଛି ବୋଲି ଆଇନଜୀବୀ ଦର୍ଶାଇଛନ୍ତି।

ସେହିପରି ଆଗକୁ ରିଲିଜ୍ ଅପେକ୍ଷାରେ ଥିବା ମୁଭି ମହାଭାରତ ରିଲିଜ୍ ପୂର୍ବରୁ ସେନସର୍ ବୋର୍ଡ ଭଲଭାବେ କଣ୍ଟେଣ୍ଟ ଯାଞ୍ଚ କରୁ ବୋଲି ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ଓକିଲ ପଦ୍ମାଳୟା ଏନେଇ ଏକ ଲିଗାଲ ନୋଟିସ ପଠାଇଛନ୍ତି।

ଏହା ପୂର୍ବରୁ ଆଦିପୁରୁଷ ଫିଲ୍ମ ପାଇଁ ଅଭିନେତା ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଏକାଧିକ ଲିଗାଲ ନୋଟିସ୍ ପଠାଯାଇଛି। କିଛିଦିନ ପୂର୍ବରୁ ଫିଲ୍ମର ଥିବା ସଂଳାପକୁ ନେଇ ସର୍ବ ବ୍ରାହ୍ମଣ ମହାସଭା ଏହାର ନିର୍ଦ୍ଦେଶକଙ୍କୁ ନିଲାଗଲ୍ ନୋଟିସ୍ ପଠାଇଥିଲା। ଫିଲ୍ମର ସଂଳାପ ଏଭଳି କରି ହୁନୁମାନ ଓ ଶ୍ରୀ ରାମଙ୍କ ଛବି ମଳିନ କରିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ସର୍ବ ବ୍ରାହ୍ମଣ ମହାସଭାର ଜାତୀୟ ଅଧ୍ୟକ୍ଷ ସୁରେଶ ମିଶ୍ର କହିଥିଲେ। ଏଥିସହିତ ସେ ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଥିଲେ।

ସେହିପରି ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଜାତୀୟ ସିନେ କର୍ମୀ ସଂଘ ପକ୍ଷରୁ ମଧ୍ୟ ଫିଲ୍ମର ପୂରା ଟିମ୍‌କୁ ଲିଗାଲ ନୋଟିସ୍ ପଠାଯାଇଥିଲା।

Leave A Reply

Your email address will not be published.