Latest Odisha News

ଓଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ଜେଇ (ସିଭିଲ) ମେନ୍ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିବା ସହ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତର ନେତୃତ୍ୱ ଜଣେ ଡିଆଇଜି ପାହ୍ୟାର ଅଧିକାରୀ କିମ୍ବା ଉଚ୍ଚ ପାହ୍ୟାର ଅଧିକାରୀ ନେବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି।

ଏତଦବ୍ୟତୀତ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତି କାରଣରୁ ପରୀକ୍ଷାରୁ ବାରଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମେନ୍ ପରୀକ୍ଷାରେ ଭାଗ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ଫଳାଫଳ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ।

ଗତ ଜୁଲାଇ ୨୭ ତାରିଖରେ ବାଲେଶ୍ୱର ପୁଲିସ ବିହାରରୁ ମାଷ୍ଟରମାଇଣ୍ଡ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଏହା ପରେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରୁ ଆଉ ନଅ ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା।

ପ୍ରଶ୍ନପତ୍ର ଲିକ୍ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପ୍ରଥମେ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ (ସିଭିଲ୍) ପାଇଁ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରିବାକୁ ଓଏସଏସସି ନିଷ୍ପତ୍ତି ନେଇଥିଲା। ସେପ୍ଟେମ୍ବର ୩ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାକୁ କମିସନ ପୁଣି ଘୁଞ୍ଚାଇ ଦେଇଛନ୍ତି।

ଏହି ବାତିଲ ପରେ ବହୁ ଆଶାୟୀ ପ୍ରାର୍ଥୀ କମିଶନଙ୍କ କାର୍ଯାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଥିଲେ। ୮୮ ଜଣ ପରୀକ୍ଷାର୍ଥୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ବଦଳରେ ଅଭିଯୁକ୍ତମାନେ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ରହିଛି।

Comments are closed.