Latest Odisha News

ଅଫିସରଙ୍କୁ ତାଗିଦ, ଡେରିରେ ଅଫିସ ଆସିଲେ ସରକାରୀ ଗାଡି ମନା

ଭୁବନେଶ୍ୱର:କରୋନା ଭିତରେ କର୍ମଚାରୀଙ୍କ ପାଇଁ କଡା ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ସଚିବ କରିଛନ୍ତି ତାଗିଦ । ଅଫିସରମାନେ ଡେରିରେ ଅଫିସ୍ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର କରାଯିବ । ତାଙ୍କ ବିଭାଗର ଅଧିକାରୀଙ୍କୁ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ସଚିବ ତାଗିଦ୍ କରିଛନ୍ତି। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କଠାରୁ ଗାଡ଼ି ପ୍ରତ୍ୟାହାର କରି ନିଆଯିବ ବୋଲି ବିଧିବଦ୍ଧ ନୋଟିସ୍ ଜାରି କରିଛନ୍ତି।

Comments are closed.