Latest Odisha News

BREAKING NEWS

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ୨୦୨୫ର ୫ମ ସଂସ୍କରଣକୁ  କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ ଦୀପସନ ତିର୍କୀ, କ୍ରୀଡା ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ସ୍ଵାଇଁ ଏବଂ ଓଡ଼ିଶା ନାଭାଲ ଟାଟା ହକିର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଓଡ଼ିଶା ନାଭାଲ ଟାଟା ହକି ହାଇ-ପରଫରମାନ୍ସ ସେଂଟର (ଓଏନଟିଏଚଏଚପିସି) ପକ୍ଷରୁ ଏହି ଚାମ୍ପିୟନଶିପ ଆୟୋଜନ କରାଯାଇଛି ।

ଚାମ୍ପିୟନଶିପ୨୦୨୫ ଜୁଲାଇ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେଥିରେ ଓଡ଼ିଶାର ୧୬ଟି ଦଳ (୮ଟି ବାଳକ ଓ ୮ଟି ବାଳିକା) ପ୍ରତିଦ୍ୱନ୍ଦ୍ୱିତା କରିବେ । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ସୁନ୍ଦରଗଡ଼ର ବଣାଇରେ ଅନୁଷ୍ଠିତ କ୍ବାଲିଫାଇଙ୍ଗ ରାଉଣ୍ଡରେ ଏହି ଦଳଗୁଡ଼ିକ ବିଜୟୀ ହୋଇଥିଲେ । କ୍ବାଲିଫାଇଙ୍ଗ ରାଉଣ୍ଡରେ ୩୨ଟି ବାଳକ ଓ ୩୨ଟି ବାଳିକା ଦଳ ଭାଗ ନେଇଥିଲେ । ରାଉଣ୍ଡ ରବିନ ଲିଗ ଫର୍ମାଟ ପରେ ନକଆଉଟ ପର୍ଯ୍ୟାୟ ଆୟୋଜିତ ହେବ । ଜୁଲାଇ ୧୨ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ୫ମ ସଂସ୍କରଣରେ ପହଂଚିଥିବା ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ଭାରତର ସର୍ବବୃହତ ତୃଣମୂଳକ ହକି ଲିଗରେ ପରିଣତ ହୋଇଛି ।

 

Comments are closed.