Latest Odisha News

BREAKING NEWS

ସିବିଏସଇ ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଓଡ଼ିଶା ଆଇଏଏସ ଅଧିକାରୀ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ସେଣ୍ଟ୍ରାଲ ବୋର୍ଡ଼ ଅଫ ସେକଣ୍ଡାରୀ ଏଜୁକେସନ (ସିବିଏସଇ)ର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି ।

୧୯୯୦ ବ୍ୟାଚର ତଥା ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀ ଶ୍ରୀ ଆହୁଜା ଅନିତା କରୱାଲଙ୍କ ବଦଳରେ ଅବସ୍ଥାପିତ ହୋଇଛନ୍ତି । ବର୍ତ୍ତମାନ ପର୍ସୋନେଲ ଏଣ୍ଡ ଟ୍ରେନିଂ ବିଭାଗର ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡ଼େମୀ ଅଫ ଆଡ଼ମିନିଷ୍ଟ୍ରେସନ ରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ସେହିପରି ଭାବେ ଆରତି ଆହୁଜାଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି । ସେ ପୂର୍ବରୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.