ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡାରେ ଓଡିଶା ସନ୍ତରଣ ଟିମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଗୁରୁବାର ମହିଳା ସନ୍ତରଣ ଟିମ ୪ ଗୁଣନ ୧୦୦ ମିଟର ରିଲେରେ ଓଡିଶାକୁ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତ୍ୟଶା ରାୟ, ମନ୍ନତ ମିଶ୍ର, ଦିବ୍ୟାଙ୍କା ପ୍ରଧାନ ଓ ସୃଷ୍ଟି ଉପାଧ୍ୟୟ ଆକର୍ଷଣୀୟ ପ୍ରଦର୍ଶନ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ୨୦୦ ମିଟର ମହିଳା ବ୍ରେଷ୍ଟଷ୍ଟ୍ରୋକରେ ଦିବ୍ୟାଙ୍କା ବ୍ରୋଞ୍ଜ ପଦକ ଜିତିଛନ୍ତି । ପୂର୍ବରୁ ମହିଳା ୧୦୦ ମିଟର ବଟରଫ୍ଲାଏ ଇଭେଂଟରେ ସୃଷ୍ଟି ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ଓଡିଶାର ଚଳିତ ସଂସ୍କରଣର ପ୍ରଥମ ପଦକ ରହିଥିଲା ।
ଖୋ ଖୋରେ ମଧ୍ୟ ମହିଳା ଟିମ ପଦକ ଦୌଡରେ ସାମିଲ ହୋଇଛନ୍ତି । ଦିଲ୍ଲୀକୁ ୩୦-୨୧ରେ ହରାଇ ଓଡିଶା ସେମିଫାଇନାଲରେ ପ୍ରବେଶ କରିଛି । ସେହିପରି ମହିଳା ରଗବୀରେ ଓଡିଶା ୫୪-୦ରେ ତାମିଲନାଡୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ଏହି ୨ଟି ବିଭାଗରେ ଓଡିଶା ପାଇଁ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି । କର୍ଣ୍ଣାଟକ ୭ ସ୍ୱର୍ଣ୍ଣ ସହ ୧୨ ପଦକ ହାସଲ କରି ପଦକ ତାଲିକାରେ ଶୀର୍ଷରେ ରହିଛି ।
Comments are closed.