Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତିରେ ସୁଧାର: ଡିଏମଇଟି

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢୁଛି । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି । ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତିରେ ସୁଧାର ଆସିଛି । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି କରୋନା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛି । ବେଡ୍ ମହଜୁଦ ରହିଛି । ଯେଉଁଠି ଦରକାର ସେଠାରେ ବୃଦ୍ଧି କରାଯାଉଛି ବେଡ୍ ସଂଖ୍ୟା ।

ରାଜ୍ୟରେ ଉପଯୁକ୍ତ ପରିମାଣର ଅକ୍ସିଜେନ ରହିଛି । କେଭିଡ କେୟାର ସେଣ୍ଟରରେ ବି ଅକ୍ସିଜେନ ବ୍ୟବସ୍ଥା କରାଯାଉଛି । ମେ’ ମାସ ବେଳକୁ କରୋନା ପିକରେ ରହିବାର ସମ୍ଭାବନା ରହିଛି । ବିଚଳିତ ହୋଇ ଡାକ୍ତରଖାନା ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ଏବେ ଜଣେ ରୋଗୀ ଆସିଲେ ତାଙ୍କ ସହ ଅନ୍ୟମାନେ ଡାକ୍ତରଖାନାରେ ଭିଡ଼ ନକରିବା ପାଇଁ ସେ କହିଛନ୍ତି ।

Leave A Reply

Your email address will not be published.