ପୁଣେ: ପୁଣେର ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କଂପ୍ଲେକ୍ସରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋ ଚାମ୍ପିୟନଶିପର ଉଦଘାଟନୀ ସଂସ୍କରଣର ଟାଇଟଲ ହାତେଇଛି ଓଡିଶା ଜଗରନଟ । ତେଲୁଗୁ ଯୋଦ୍ଧାଙ୍କୁ ୪୬-୪୫ ରୋମାଂଚକ ମୁକାବିଲାରେ ମାତ ଦେଇଥିଲା ଓଡିଶା ଟିମ । ଶେଷ ମୂହର୍ତରେ ସୁରଜ ଲାଣ୍ଡେ ଚମତ୍କାର ସ୍କାଏ ଡାଇଭ ଓଡିଶାକୁ ଏହି ଟାଇଟଲ ହାତେଇବାରେ ସହାୟ ହୋଇଥିଲା । ତୃତୀୟ ଟର୍ଣ୍ଣ ବେଳକୁ ତେଲୁଗୁ ଯୋଦ୍ଧା ୪୧-୨୭ର ଅଗ୍ରଣୀ ହାସଲ କରି ନେଇଥିଲା । ମାତ୍ର ଏହା ପରେ ସଚିନ ଭାର୍ଗୋଙ୍କ ପ୍ରଭାବୀ ପ୍ରଦର୍ଶନ ମ୍ୟାଚକୁ ୪୫-୪୩ ସ୍ଥିତିକୁ ଆଣି ଦେଇଥିଲା । ଶେଷ ୧.୨୪ ମିନିଟ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚ ସରିବାକୁ ୧୪ ସେକେଣ୍ଡ ବାକିଥିବା ବେଳେ ସୁରଜ ଡାଇଭ କରି ଅବଧୂତ ପାଟିଲଙ୍କୁ କ୍ୟାପଚର କରିଥିଲେ । ଏହି ୩ ପଂଏଟ ଓଡିଶାକୁ ବିଜୟୀ କରାଇଥିଲା ।
ଫାଇନାଲ ପୂର୍ବରୁ ବଲିଉଡର ଲୋକପ୍ରିୟ ଗାୟକ ମୋହିତ ଚୌହ୍ୱାନ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଲାୟନ୍ସ କ୍ରିଉ ଟିମର ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଜୟ ଓଡିଶା ଟିମ ୧କୋଟି ପୁରସ୍କାର ରାଶି ହାତେଇଥିଲା ।
𝘼𝘿𝘽𝙃𝙐𝙏 🤩
Taaliyan bajti rehni chahie #UltimateKhoKho Season 1⃣ ke CHAMPION @od_juggernauts ke liye 👏#OJvTY #UltimateFinal #IndiaMaarChalaang #AbKhoHoga #KhoKho @sports_odisha pic.twitter.com/cDVGqeZPjk
— Ultimate Kho Kho (@ultimatekhokho) September 4, 2022
ତେଲୁଗୁ ଯୋଦ୍ଧା ୫୦ ଲକ୍ଷ ଓ ଗୁଜରାଟ ଜ୍ୟାଂଟସ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ । ଭାରତୀୟ ଖୋ ଖୋ ଫେଡେରେଶନ ଏବଂ ଅମିତ ବର୍ମନ ସହଯୋଗରେ ପ୍ରଥମ ଥର ପାଇଁ ଫ୍ରାଂଚାଇଜ ବେସ ଖୋ ଖୋ ମୁକାବିଲା ଆୟୋଜିତ ହୋଇଥିଲା । ଏଥିରେ ୬ଟି ଟିମ ୨୨ ଦିନ ଧରି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ ।
Comments are closed.