Latest Odisha News

BREAKING NEWS

ରାଜ୍ୟସ୍ତରୀୟ ଜୁନିୟର, ସବ ଜୁନିୟର ହକି ଚାମ୍ପିୟନଶିପ ଉଦଯାପିତ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ତୃତୀୟ ରାଜ୍ୟସ୍ତରୀୟ ଜୁନିୟର ମହିଳା ଓ ସବୁ ଜୁନିୟର ଚାମ୍ପିୟନଶିପ ଏଠାରେ ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଉଭୟ ବିଭାଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନଶିପର ଜୁନିୟର ମହିଳା ବିଭାଗ ଫାଇନାଲରେ ଢ଼େଙ୍କାନାଳକୁ ହରାଇ ସୁନ୍ଦରଗଡ ଟାଇଟଲ ହାସଲ କରିଛି । ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି । ସୁନ୍ଦରଗଡ ସବ ଜୁନିୟର ପୁରୁଷ ବିଭାଗ ଫାଇନାଲରେ ରାଉରକେଲା ଷ୍ଟିଲ ପ୍ଲାଂଟକୁ ପରାସ୍ତ କରିଥିଲା । ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ତୃତୀୟ ସ୍ଥାନ ହାସଲ କରିଛି ।

ସେହିପରି ଜୁନିୟର ମହିଳା ବିଭାଗ ଫାଇନାଲରେ ସୁନ୍ଦରଗଡ ୧୧-୦ ଗୋଲରେ ଢ଼େଙ୍କାନାଳକୁ ଏକତରଫା ଭାବେ ପରାଜିତ କରି ଟାଇଟଲ ହାସଲ କରିଥିଲା । ଉଦଯାପଦୀ ଉତ୍ସବରେ ଆଚରୀ ହାଇଟେକ ମେଡିକାଲ କଲେଜର ସିଇଓ ସୁଶାନ୍ତ କୁମାର ଆଚାର୍ଯ୍ୟ, କ୍ରୀଡା ବିଭାଗର ଓଏସଡି ଅଭିଜିତ ମହନ୍ତ, ହକି ଆସୋସିଏଶନ ଓଡିଶା ସେକ୍ରେଟାରୀ ସୁଦୀପ୍ତ କୁମାର ନାଏକ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁନ୍ଦରଗଡର ଅଙ୍କିତା ମିଞ୍ଜ ମହିଳା ବିଭାଗରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.