କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆଶୀର୍ବାଦ ସ୍ୱାଇଁଙ୍କ ଅର୍ଦ୍ଧଶତକ ବଳରେ ଓଡିଶା ୧୪୭ ରନର ଅଗ୍ରଣୀ ସର୍ଭିସେସ ବିପକ୍ଷରେ ହାସଲ କରିନେଇଛି । ପ୍ରଥମ ଇନିଂସରେ ଓଡିଶା ୧୮୦ ରନରେ ଅଲଆଉଟ ହେବା ପରେ ସର୍ଭିସେସ ୧୯୯ ରନ କରି ୧୯ ରନର ଅଗ୍ରଣୀ ହାସଲ କରିଥିଲା । ଓଡିଶା ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରବି ଚୌହ୍ୱାନ ୧୨୦ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ରାଜେଶ ମହାନ୍ତି ଓଡିଶା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାପସ ଦାସ ୩ଟି ଓ ସୁନୀଲ ରାଉଳ ୨ଟି ୱିକେଟ ନେଇଥିଲେ ।
ଓଡିଶା ଦ୍ୱିତୀୟ ଇନିଂସରେ ଅପେକ୍ଷାକୃତ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ହାତରେ ଆଉ ୨ ଦିନ ଖେଳ ବାକିଥିବାରୁ ଓଡିଶା ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲରେ ସ୍ଥିତି ସୁଧାରିବା ପାଇଁ ଚାହିଁବ । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା ୩ ୱିକେଟ ବିନିମୟରେ ୧୬୬ ରନ କରିଛି । ଆଶୀର୍ବାଦ ୬୩ ଓ ରାଜେଶ ଧୂପର ୧୦ ରନ କରି ଅପରାଜିତ ରହିଛନ୍ତି । ସ୍ୱସ୍ତିକ ସାମଲ ୩୭, ସନ୍ଦୀପ ପଟ୍ଟନାୟକ ୨୦ ଓ ଗୋବିନ୍ଦ ପୋଦ୍ଦାର ୨୯ ରନ କରି ଆଉଟ ହୋଇଥିଲେ । ସର୍ଭିସେସ ପକ୍ଷରୁ ବରୁଣ ଚୌଧୁରୀ, ପୁଲକିଟ ନାରଙ୍ଗ ଓ ଅମିତ ଶୁକ୍ଲା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
Comments are closed.